ଆପଣ କେବେ ଭାବିଛନ୍ତି କି, 10 ବର୍ଷ ପୂର୍ବେ 500 ଟଙ୍କାରେ ଯେତିକି ପରିବା ମିଳୁଥିଲା, ଆଜି ସେତିକି ଟଙ୍କାରେ ତାର ଅଧା ମଧ୍ୟ ମିଳୁନି? ଏହାକୁ ହିଁ କୁହାଯାଏ Inflation ବା ମହଙ୍ଗାମାଡ଼। ସରଳ ଭାଷାରେ କହିଲେ, ସମୟ ସହିତ ଟଙ୍କାର କ୍ରୟ ଶକ୍ତି (Purchasing Power) କମିଯାଏ। ଏହି ସ୍ଥିତିରେ ଯଦି ଆପଣଙ୍କ ଟଙ୍କା କେବଳ ସେଭିଙ୍ଗସ୍ ଆକାଉଣ୍ଟରେ ରହିଛି, ତେବେ ଆପଣ ପ୍ରତିଦିନ ଗରିବ ହେଉଛନ୍ତି।
କିନ୍ତୁ ଭାରତୀୟ ବଜାରରେ ଏମିତି ଏକ ସମ୍ପତ୍ତି ଅଛି ଯାହା କେବଳ Inflation କୁ ମାତ୍ ଦିଏ ନାହିଁ, ବରଂ ଆପଣଙ୍କ ସମ୍ପତ୍ତିକୁ ବହୁଗୁଣିତ କରିଥାଏ – ସେଇଟି ହେଉଛି Real Estate।
1. ସୀମିତ ଜମି ଓ ବଢ଼ୁଥିବା ଜନସଂଖ୍ୟା (Demand vs Supply)
ଭାରତ ହେଉଛି ବିଶ୍ୱର ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶ। କିନ୍ତୁ ପୃଥିବୀରେ ଜମିର ପରିମାଣ ସୀମିତ। “God is not making more land” – ଏହି ଉକ୍ତିଟି ରିଅଲ୍ ଇଷ୍ଟେଟ୍ ପାଇଁ ଶତପ୍ରତିଶତ ସତ। ଯେତିକି ଜନସଂଖ୍ୟା ବଢ଼ିବ, ସେତିକି ଘର ଓ ଜମିର ଚାହିଦା ବଢ଼ିବ। ଏହି ଚାହିଦା ଯୋଗୁଁ ପ୍ରପର୍ଟିର ମୂଲ୍ୟ ସବୁବେଳେ Inflation ଠାରୁ ଅଧିକ ବେଗରେ ବଢ଼ିଥାଏ।
2. Rental Income: ଏକ ସ୍ଥାୟୀ ରୋଜଗାର
ରିଅଲ୍ ଇଷ୍ଟେଟର ସବୁଠୁ ବଡ଼ ଫାଇଦା ହେଉଛି ଭଡ଼ା (Rent)। ସାଧାରଣତଃ ଭାରତରେ ପ୍ରତି 1 ରୁ 3 ବର୍ଷରେ ଘର ଭଡ଼ା 5% ରୁ 10% ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ। ଯେତେବେଳେ ବଜାରରେ ଜିନିଷର ଦାମ ବଢ଼େ, ଠିକ୍ ସେହି ଅନୁସାରେ ଆପଣଙ୍କ Rental Income ମଧ୍ୟ ବଢ଼ିଥାଏ। ଏହା ଆପଣଙ୍କୁ ମହଙ୍ଗାମାଡ଼ ସହିତ ତାଳ ଦେଇ ଚାଲିବାରେ ସାହାଯ୍ୟ କରେ।
3. ନିର୍ମାଣ ସାମଗ୍ରୀର ଦାମ ଓ ପ୍ରପର୍ଟିର ମୂଲ୍ୟ
ଯଦି ଆଜି ସିମେଣ୍ଟ, ଲୁହା (Steel) ଏବଂ ଶ୍ରମିକଙ୍କ ମଜୁରୀ (Labor Cost) ବଢ଼ୁଛି, ତେବେ ନୂଆ ଘର ତିଆରି କରିବା ମହଙ୍ଗା ହୋଇଯାଏ। ଏହାର ସିଧାସଳଖ ପ୍ରଭାବ ପୁରୁଣା ପ୍ରପର୍ଟି ଉପରେ ପଡ଼େ। ନୂଆ ଘରର ଦାମ ବଢ଼ିବା ଯୋଗୁଁ ଆପଣଙ୍କ ପାଖରେ ଥିବା ପୁରୁଣା ସମ୍ପତ୍ତିର ମୂଲ୍ୟ ମଧ୍ୟ ଆପେ ଆପେ ବଢ଼ିଯାଏ।
4. Home Loan ର ଯାଦୁ (Power of Leverage)
ରିଅଲ୍ ଇଷ୍ଟେଟ୍ ହେଉଛି ଏକମାତ୍ର ସମ୍ପତ୍ତି ଯେଉଁଠି ବ୍ୟାଙ୍କ ଆପଣଙ୍କୁ ନିବେଶ ପାଇଁ 80% ପର୍ଯ୍ୟନ୍ତ ଋଣ ଦିଏ।
- ଧରନ୍ତୁ ଆପଣ 20 ଲକ୍ଷ ଟଙ୍କା ଦେଇ ଏକ 1 କୋଟିର ପ୍ରପର୍ଟି କିଣିଲେ।
- ଯଦି ପ୍ରପର୍ଟିର ଦାମ 10% ବଢ଼େ, ତେବେ ସମ୍ପୂର୍ଣ୍ଣ 1 କୋଟି ଉପରେ 10 ଲକ୍ଷ ଟଙ୍କାର ଲାଭ ଆପଣଙ୍କୁ ମିଳିବ।
- ଅର୍ଥାତ୍ ଆପଣ ନିଜର 20 ଲକ୍ଷ ଉପରେ 50% ରିଟର୍ଣ୍ଣ ପାଇଲେ। ଏହି ସୁବିଧା ଶେୟାର ମାର୍କେଟ୍ କିମ୍ବା ଗୋଲ୍ଡରେ ସାଧାରଣତଃ ମିଳେନାହିଁ।
5. ଟ୍ୟାକ୍ସ ସୁବିଧା ଓ ନିରାପତ୍ତା
ରିଅଲ୍ ଇଷ୍ଟେଟରେ ନିବେଶ କଲେ ଆପଣଙ୍କୁ Income Tax ରେ ମଧ୍ୟ ଅନେକ ଛାଡ଼ ମିଳେ। ଯଦିଓ ଏଥିରେ Stamp Duty ଓ Registration ପାଇଁ ପ୍ରଥମେ କିଛି ଅଧିକ ଖର୍ଚ୍ଚ ହୁଏ, କିନ୍ତୁ Long Term ରେ ଏହି ଖର୍ଚ୍ଚ ତୁଳନାରେ ଲାଭର ପରିମାଣ ବହୁତ ଅଧିକ। ଶେୟାର ମାର୍କେଟ୍ ଭଳି ଏହା ରାତିାରାତି ଶୂନ ହୋଇଯାଏ ନାହିଁ। ଏହା ଏକ ଭୌତିକ ସମ୍ପତ୍ତି (Physical Asset) ଯାହା ଆପଣଙ୍କ ଆଖି ଆଗରେ ଥାଏ।
Join The Discussion