ଖଣ୍ଡେ ଜମି କିଣିବାକୁ ଜୀବନ ସାରାର ସବୁ ପୁଞ୍ଜି ଲଗେଇ ଦିଅନ୍ତି ମଧ୍ୟବିତ୍ତ। କିନ୍ତୁ ପରେ ଯେତେବେଳେ ଜଣାପଡ଼େ କାଗଜପତ୍ର Fake, ସେତେବେଳେ ମୁଣ୍ଡରେ ଚଡ଼କ ପଡ଼େ। ଦଲାଲଙ୍କ ଜାଲରେ ଫସି Court, Kacheri ଦୌଡ଼ି ଦୌଡ଼ି ଜୀବନ ବିତିଯାଏ। କିନ୍ତୁ ଏବେ ଏହି ସବୁ ଝାମେଲାର ସମାଧାନ ପାଇଁ ସରକାର ଏକ ଜବରଦସ୍ତ Master Plan ପ୍ରସ୍ତୁତ କରିଛନ୍ତି। ଏଣିକି ଜମି କିଣାବିକାରେ ଆସିବ ବଡ଼ Twist।
ଏବେ ଆପଣଙ୍କ ଜମି Patta ଉପରେ ରହିବ ଏକ ସ୍ୱତନ୍ତ୍ର QR Code। ଏହି Technology ଆସିବା ପରେ ଜମି କାରବାରରେ ପୁରା Transparency ଆସିଯିବ। ଆଗରୁ ଜମିର Record ଚେକ୍ କରିବା ପାଇଁ Office କୁ Office ଦୌଡ଼ିବାକୁ ପଡ଼ୁଥିଲା। ପୁରୁଣା କାଗଜପତ୍ର ଖୋଜିବା ପାଇଁ ଘଣ୍ଟା ଘଣ୍ଟା ସମୟ ବାଦ୍ ଯାଉଥିଲା। କିନ୍ତୁ ଏବେ ସେ ସବୁ ଝାମେଲା ଶେଷ। ଆପଣ ନିଜ Smartphone ବ୍ୟବହାର କରି କେବଳ ସେହି Code କୁ Scan କରିଦେଲେ ହେଲା, ସବୁ ତଥ୍ୟ ଆପଣଙ୍କ Screen ଉପରେ ଥିବ।
50 ବର୍ଷର History ଖୋଲିବ ମୋବାଇଲ୍: ଏହି QR Code ଭିତରେ ସେହି ଜମିର ପୁରା History ଏବଂ Geography ଲୁଚି ରହିବ। ପାଖାପାଖି 50 ରୁ 70 ବର୍ଷ ପର୍ଯ୍ୟନ୍ତ ଜମିର ସବୁ ତଥ୍ୟ ଆପଣଙ୍କ Mobile ରେ ଉପଲବ୍ଧ ହେବ। ଜମିର Original ମାଲିକ କିଏ ଥିଲେ, କେଉଁ ସମୟରେ Settlement ହୋଇଥିଲା, ଆଉ ସବୁଠୁ ବଡ଼ କଥା ହେଉଛି – ସେହି ଜମିକୁ କିଏ କେବେ କିଣିଥିଲେ କିମ୍ବା ବିକିଥିଲେ, ସବୁ କିଛି ଗୋଟିଏ Click ରେ Clear ହୋଇଯିବ। ଏବେ ଆଉ କେହି Fake Patta କିମ୍ବା Duplicate କାଗଜପତ୍ର ଦେଖେଇ ଆପଣଙ୍କୁ ଠକି ପାରିବେ ନାହିଁ। ଫେକ୍ Patta ର ଖେଳ ଏବେ ପୁରାପୁରି ଖତମ।
ଠକିଲେ ଆସିବ Alert: ଅନେକ ସମୟରେ ଦଲାଲମାନେ ଗୋଟିଏ ଜମିକୁ ଦୁଇ-ତିନି ଜଣଙ୍କୁ ବିକି ଦିଅନ୍ତି, ଯାହାକୁ Double Selling କୁହାଯାଏ। କିନ୍ତୁ ଏହି Digital Database System ରେ ଠକାମିର କୌଣସି Chance ନାହିଁ। ଯଦି କେହି ଏମିତି କିଛି Fraud କରିବାକୁ ଚେଷ୍ଟା କରେ, ତେବେ System ତୁରନ୍ତ Alert ଜାରି କରିବ। ଏପରିକି RI ଏବଂ Tehsildar ଙ୍କ ପାଖକୁ ତୁରନ୍ତ Official ସୂଚନା ପଳେଇବ ଯେ ଏହି ନିର୍ଦ୍ଦିଷ୍ଟ ଜମିରେ କିଛି ଅନିୟମିତତା ହେଉଛି।
Action Mode ରେ ସରକାର: ବିଶେଷ କରି ଓଡ଼ିଶାରେ ମୋହନ ମାଝୀଙ୍କ ସରକାର ଆସିବା ପରେ Land Fraud ରୋକିବା ପାଇଁ ପୁରା Action Mode ରେ ଅଛନ୍ତି। ଭୁବନେଶ୍ୱର, କଟକ ଏବଂ ଅନ୍ୟାନ୍ୟ Smart City ରେ ଜମିର ମୂଲ୍ୟ କୋଟି କୋଟି ଟଙ୍କା। ଏମିତି ସ୍ଥଳେ ଜଣେ ସାଧାରଣ ଲୋକର ଟଙ୍କା ଯେମିତି ବୁଡ଼ି ନଯାଉ, ତାହା ଏହି Project ର ମୂଳ ଲକ୍ଷ୍ୟ। ଏବେ କୌଣସି Third Party ବା ଦଲାଲଙ୍କ ଉପରେ ଅନ୍ଧଭାବେ ଭରସା କରିବାକୁ ପଡ଼ିବ ନାହିଁ। ଜମି କିଣିବା ଏବେ Tension ନୁହେଁ, ବରଂ ଆନନ୍ଦଦାୟକ ହେବ।
Join The Discussion