ସନ୍ଧ୍ୟା ହେଲେ ବ୍ରହ୍ମପୁରର ଗେଟ୍ ବଜାର କି ବଡ଼ ବଜାର ଆଡେ ଗାଡ଼ି ନେଇ ପଶିବା ମାନେ ଏକ ବଡ଼ ଚ୍ୟାଲେଞ୍ଜ। ଟ୍ରାଫିକ୍ ଜାମ୍, ସରୁ ରାସ୍ତା ଆଉ ପାର୍କିଂ ପାଇଁ ଜାଗା ଟିକେ ପାଇବା କଷ୍ଟକର। ସହରର ହୃତ୍ପିଣ୍ଡ ଚାଲୁଛି ସତ, ହେଲେ ଏଠି ନିଶ୍ୱାସ ନେବାକୁ ଜାଗା କମିଯାଉଛି। ପୁରୁଣା ସହରର ଏହି ଭିଡ଼ ଭିତରେ ଏବେ ବ୍ରହ୍ମପୁରର ରିଅଲ ଇଷ୍ଟେଟ୍ ମାର୍କେଟରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳୁଛି।
ସାଧାରଣ ଲୋକେ ଏବେ ଭିଡ଼ ଭିତରେ ଜାଗା ପାଇଁ ଲଢେଇ କରିବା ବଦଳରେ ‘ନୂଆ ବ୍ରହ୍ମପୁର’ ଆଡ଼େ ମୁହାଁଇଛନ୍ତି। ଲୋଚାପଡ଼ା, କନିଷି, ଏବଂ ରଣ୍ଡା ଭଳି ସହରର ଉପକଣ୍ଠ ଅଞ୍ଚଳ ଏବେ ଇନଭେଷ୍ଟରଙ୍କ ପାଇଁ ନୂଆ ‘ଗୋଲ୍ଡମାଇନ୍’ ପାଲଟିଛି। ଦ୍ରୁତ ଗତିରେ ବିକଶିତ ହେଉଥିବା ଏହି ପଞ୍ଚାୟତ ଅଞ୍ଚଳଗୁଡ଼ିକ ଭବିଷ୍ୟତର କର୍ପୋରେସନ୍ ୱାର୍ଡ ଭାବେ ମୁଣ୍ଡ ଟେକୁଛି।
ଏହି ପରିବର୍ତ୍ତନର ମୁଖ୍ୟ କାରଣ ହେଉଛି ପ୍ଲାନିଂ। ପୁରୁଣା ସହରରେ ଆପଣ ପ୍ଲଟ୍ କିଣିପାରିବେ, କିନ୍ତୁ ଘର ଆଗରେ ଥିବା 15 ଫୁଟିଆ ସରୁ ରାସ୍ତାକୁ ବଦଳାଇ ପାରିବେ ନାହିଁ। କିନ୍ତୁ ନୂଆ ଏକ୍ସପାନ୍ସନ୍ ଜୋନ୍ (ଯେପରିକି ୟୁନିଭରସିଟି ରୋଡ୍ କିମ୍ବା ଲୋଚାପଡ଼ା ମେନ୍ ରୋଡ୍) ରେ ଚିତ୍ର ଅଲଗା। ଡେଭଲପରମାନେ ଏଠାରେ ମଡର୍ଣ୍ଣ ଲେଆଉଟ୍ ତିଆରି କରୁଛନ୍ତି। ଏଠାରେ ଆପଣଙ୍କୁ 30 ଫୁଟ ଚଉଡାର ରୋଡ୍, ଉପଯୁକ୍ତ ଡ୍ରେନେଜ୍ ବ୍ୟବସ୍ଥା ଏବଂ ବିଜୁଳି ଖୁଣ୍ଟ ଆଗରୁ ଲାଗିଥିବାର ଦେଖିବାକୁ ମିଳିବ। ଅର୍ଥାତ୍, ଆପଣ କେବଳ ଜମି ନୁହେଁ, ଏକ ‘ମାଷ୍ଟର ପ୍ଲାନ’ର ଅଂଶ କିଣୁଛନ୍ତି।
ଦ୍ୱିତୀୟତଃ, କନେକ୍ଟିଭିଟି ବା ଯୋଗାଯୋଗ। ଦୂରତା ଏବେ ଆଉ କିଲୋମିଟରରେ ନୁହେଁ, ସମୟରେ ମପା ଯାଉଛି। ଆସୁଥିବା Ring Road ଏବଂ NH-16 ର ସମ୍ପ୍ରସାରଣ ଯୋଗୁଁ ମାଣ୍ଡିଆପଲ୍ଲୀ କିମ୍ବା ହଳଦିଆପଦରରେ ରହୁଥିବା ଲୋକେ କୋମାପଲ୍ଲୀ ଟ୍ରାଫିକରେ ଫସିଥିବା ଲୋକଙ୍କ ଅପେକ୍ଷା ଶୀଘ୍ର ରେଳ ଷ୍ଟେସନ କିମ୍ବା ବସ୍ ଷ୍ଟାଣ୍ଡରେ ପହଞ୍ଚିପାରିବେ।
ଇନଭେଷ୍ଟମେଣ୍ଟ ଦୃଷ୍ଟିକୋଣରୁ ଦେଖିଲେ, ବ୍ରହ୍ମପୁରର ସେଣ୍ଟର ଏବେ ‘Saturation Phase’ ରେ ଅଛି, ଯେଉଁଠି ଦାମ୍ ଅଧିକ କିନ୍ତୁ ଗ୍ରୋଥ୍ ପାଇଁ ସୁଯୋଗ କମ୍। ହେଲେ କନିଷି ଏବଂ ବଡ଼କୁଶସ୍ଥଳୀ ଭଳି ଅଞ୍ଚଳ ‘Expansion Phase’ ରେ ଅଛି। ଏଠାରେ ଆପଣ ବଜେଟ୍ ଭିତରେ ଜମି କିଣିପାରିବେ ଏବଂ ଯେତେବେଳେ ଏହି ଅଞ୍ଚଳ ସମ୍ପୂର୍ଣ୍ଣ Residential Hub ପାଲଟିବ, ଆପଣଙ୍କ ସମ୍ପତ୍ତିର ମୂଲ୍ୟ ଅନେକ ଗୁଣ ବଢିଯିବାର ସମ୍ଭାବନା ରହିଛି।
ବ୍ରହ୍ମପୁର ୟୁନିଭରସିଟି, IISER, NIST ଏବଂ ନୂଆ ହସ୍ପିଟାଲଗୁଡ଼ିକ ପାଖରେ ଥିବାରୁ ଏହି ଅଞ୍ଚଳରେ ଭଡ଼ା ଘରର ଚାହିଦା ମଧ୍ୟ ବହୁତ ଅଧିକ। ଏହାଛଡ଼ା, ଏହି ନୂଆ Plotted Developement ଗୁଡିକରେ ପ୍ରାୟତଃ Clear Title, Gharbari Conversion ଏବଂ Approved Layout ଥାଏ, ଯାହା ପୁରୁଣା ସହରର ବିବାଦୀୟ ଜମି ତୁଳନାରେ ଅଧିକ ସୁରକ୍ଷିତ। ସହର ଏବଂ ଗାଁ ଭିତରେ ଥିବା ସୀମାରେଖା ଦ୍ରୁତ ଗତିରେ ମିଳେଇ ଯାଉଛି ଏବଂ ଆଜିର ‘outskirts’ ଆସନ୍ତାକାଲିର ‘Posh Colony’ ହେବାକୁ ଯାଉଛି।
Join The Discussion